Posts

ମିଥ୍ୟା ତଥ୍ୟ ଦେଇ ନିଯୁକ୍ତି ପାଇଛନ୍ତି ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ! ଜବାବ ତଲବ କଲେ ରାଜ୍ୟପାଳ

Image
ଭୁବନେଶ୍ବର : ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ପିଛା ଛାଡୁନି ବିବାଦ । ପ୍ରଥମେ ଦୀନବନ୍ଧୁ ଆତ୍ମଦାହ ମାମଲାରେ ଛନ୍ଦି ହୋଇପଡିଥିବା ବେଳେ ଏବେ କୁଳପତି ପଦ ପାଇଁ ଆବେଦନପତ୍ରରେ ମିଥ୍ୟା ତଥ୍ୟ ଦେଇଥିବା ଅଭିଯୋଗରେ ଫସିଯାଇଛନ୍ତି। ପ୍ରଫେସର ମିତ୍ତଲଙ୍କୁ ଜବାବ ତଲବ କରିଛନ୍ତି କୁଳାଧିପତି। ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପଦ ପାଇଁ ଆବେଦନ ସମୟରେ ପ୍ରଫେସର ମିତ୍ତଲ ତାଙ୍କ ପବ୍ଲିକେସନ୍ସ ସଂପର୍କରେ ଆବେଦନପତ୍ରରେ ଭୁଲ୍ ତଥ୍ୟ ଦେଇଥିବା ନେଇ ବିଶ୍ବବିଦ୍ୟାଳୟର ପୂର୍ବତନ ସିଣ୍ଡିକେଟ୍ ସଦସ୍ୟ, ଓକିଲ ଦୁର୍ଗା ପାଢ଼ୀ, ସୁମନ୍ତ ସ୍ବାଇଁ ଏବଂ ଅରୁଣ କୁମାର ଭୁଲ୍ ତଥ୍ୟ ଦେଇଥିବା ନେଇ କୁଳାଧିପତିଙ୍କଠାରେ ଅଭିଯୋଗ କରିଥିଲେ।  ପ୍ରଫେସର ମିତ୍ତଲ ଆବେଦନପତ୍ରରେ ତାଙ୍କର ୮ଟି ପୁସ୍ତକ ଏବଂ ୧୧୧ଟି ପବ୍ଲିକେସନ୍ସ ରହିଥିବା ଏବଂ ସେଥିରୁ ୨୫ଟି ସ୍କୋପସ୍(ୱେବ୍ ସାଇନ୍ସ), ଏସସିଆଇ/ଇଏସସିଆଇରେ ସ୍ଥାନିତ ଥିବା ନେଇ ଉଲ୍ଲେଖ କରିଥିଲେ। ଏଥି ସହିତ ପ୍ରଫେସର ମିତ୍ତଲ ତାଙ୍କ ଆବେଦନପତ୍ରରେ ଏକ ଘୋଷଣାନାମାରେ ଉଲ୍ଲେଖ କରିଥିଲେ ଯେ, ‘ସେ ଦେଇଥିବା ତଥ୍ୟ ଯଦି ମିଥ୍ୟା କିମ୍ବା ତ୍ରୁଟିପୂର୍ଣ୍ଣ ଥିବା ପ୍ରମାଣିତ ହୁଏ, ତେବେ ସେ ନିଯୁକ୍ତି ପାଇଥିଲେ ମଧ୍ୟ ବିନା କୌଣସି ନୋଟିସ୍ ଦେଇ ତାଙ୍କ ନିଯୁକ୍ତି ବାତିଲ କରାଯାଇପାରିବ।’  ଗତ ଜୁଲାଇ ୧୭ ରେ ଦୁର୍ଗା ପାଢ଼ୀ ଓ ଅନ୍ୟ ଦୁଇଜଣ କୁଳାଧିପତିଙ୍କୁ ଲେଖି

ତୃତୀୟ ଲହର ପୂର୍ବରୁ ଚିନ୍ତା ବଢ଼ାଉଛି ପିଲାଙ୍କ ସଂକ୍ରମଣ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩୦ ଛୁଆ କରୋନା ପଜିଟିଭ ଚିହ୍ନଟ

Image
ଭୁବନେଶ୍ବର : ଆଗକୁ ତୃତୀୟ ଲହର ନେଇ ବିଶେଷଜ୍ଞ ମାନେ ଚେତାବନୀ ଦେଉଛନ୍ତି। ଆଶଙ୍କା କରାଯାଉଛି ଯେ ତୃତୀୟ ଲହରରେ ପିଲା ମାନେ ଅଧିକ ସଂକ୍ରମିତ ହୋଇପାରନ୍ତି। ଏପରି କ୍ଷେତ୍ରରେ ଓଡ଼ିଶାରେ ପ୍ରତି ଦିନ ୧୦୦ ପାଖାପାଖି ଛୁଆ ପଜିଟିଭ ଚିହ୍ନଟ ହେଉଛନ୍ତି, ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ପୁଣି ୧୩୦ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୧୩୦ ପଜିଟିଭଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ବୟସ୍କ ରହିଛନ୍ତି। ଏପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୮୪୯ କରୋନାର ମାମଲା ସାମ୍ନାକୁ ଆସିଛି। ଏଥି ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୪୯୨ ଏବଂ ଲୋକାଲ କେସ୍ ୩୫୭ଟି ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୪୦୫୯ରେ ପହଞ୍ଚିଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ପୁଣି ସବୁଠୁ ଆଗରେ ରହିଛି ଖୋର୍ଦ୍ଧା। କେବଳ ଖୋର୍ଦ୍ଧା ଜିଲ୍ଲାରୁ ୩୧୩ କରୋନା ପଜିଟିଭ ବାହାରିଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ୧୯, ବାଲେଶ୍ଵରରୁ ୪୮ , ବରଗଡ଼ରୁ ୧୫, ଭଦ୍ରକରୁ ୯, ବୌଦ୍ଧରୁ ୧, କଟକରୁ ୧୧୫, ଦେଓଗଡ଼ରୁ ୯, ଢେଙ୍କାନାଳରୁ ୧୪, ଗଜପତିରୁ ୧, ଗଞ୍ଜାମରୁ ୬, ଜଗତସିଂହପୁରରୁ ୪୨, ଯାଜପୁରରୁ ୪୨, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୩, କନ୍ଧମାଳରୁ ୧, କେନ୍ଦ୍ରେପଡ଼ାରୁ ୨୪, କେନ୍ଦୁଝରରୁ ୮, ଖୋର୍ଦ୍ଧାରୁ ୩୧୩, କୋରାପୁଟରୁ ୫, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୨୬, ନୟାଗଡ଼ରୁ

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ପ୍ରଶଂସା କରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଲେଖା : କହିଲେ, ନବୀନ ଜଣେ ଭିନ୍ନ ରାଜନେତା

Image
ଭୁବନେଶ୍ୱର:  ପୁଣି ନବୀନଙ୍କ ପ୍ରଶଂସା । ଏଥର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା ।ନିର୍ମଳ ଭାବମୂର୍ତ୍ତି ସହ ବିଭିନ୍ନ ଯୁଗାନ୍ତକାରୀ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରି ବାରମ୍ବାର ଜନତାଙ୍କ ପ୍ରଥମ ପସନ୍ଦ ରହିଆସିଛନ୍ତି ନବୀନ । ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ ଲାଗି ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ବିଭିନ୍ନ ସମୟରେ ସେ ସର୍ବାଗ୍ରେ ରହି ଆସିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ପରିଚାଳନା ଓ ‘କାଳିଆ’ ଯୋଜନା ଦେଶବିଦେଶରେ ବେଶ୍ ଚର୍ଚ୍ଚିତ ଓ ପ୍ରଶଂସିତ । ଦଳୀୟ ରାଜନୀତିରୁ ଉପରକୁ ଉଠି ରାଜ୍ୟ ଓ ଦେଶର କଲ୍ୟାଣରେ ସର୍ବଦା ବ୍ରତୀ ହୋଇଆସିଛନ୍ତି ବିଜେଡି ସୁପ୍ରିମୋ । କରୋନାର ଦ୍ୱିତୀୟ ପ୍ରବାହରେ ବହୁମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ ପାଇଁ ନିଷ୍ପତ୍ତି ନେଇଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ । ସାରାଦେଶ ଏଥିପାଇଁ ନବୀନଙ୍କ ପ୍ରତି କୃତଜ୍ଞ ହୋଇଥିଲା । ଓଡ଼ିଶାର ଏହି ଜନପ୍ରିୟ ମୁଖ୍ୟମନ୍ତ୍ରୀ କିନ୍ତୁ ପ୍ରଶଂସା କେବେ ପ୍ରଭାବିତ କରିପାରିନାହିଁ । ସମାଲୋଚନାରେ ବି ବିବ୍ରତ ହୁଅନ୍ତି ନାହିଁ । କଥା ଅପେକ୍ଷା କାମରେ ବିଶ୍ୱାସ କରୁଥିବା ନବୀନ ବାବୁଙ୍କୁ ଏବେ ଅନ୍ୟ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ପ୍ରଶଂସା କରିବାରେ ଲାଗିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନବୀନଙ୍କ ବ୍ୟକ୍ତି

ବିଜୁଳି ଯୋଗାଣରେ ଅବ୍ୟବସ୍ଥାକୁ ନେଇ ଗୃହ କମିଟି ବୈଠକରେ ଅସନ୍ତୋଷ ବ୍ଯକ୍ତ କଲେ ବିଧାୟକ, ଅଞ୍ଚଳ ପରିଦର୍ଶନରେ ଯିବ ବିଧାନସଭା ସବ୍-କମିଟି

Image
(H.N. ବ୍ୟୁରୋ) ଭୁବନେଶ୍ୱର : ବିଦ୍ୟୁତ ଉତ୍ପାଦନ, ବଣ୍ଟନ ଓ ଉନ୍ନତୀକରଣ ପ୍ରସଙ୍ଗରେ ଗୁରୁବାର ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାଜ୍ୟର ବିଦ୍ୟୁତ ଉତ୍ପାଦନ ବଣ୍ଟନ ଓ ଉନ୍ନତୀକରଣ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବିଶେଷ କରି ରାଜ୍ୟରେ ବିଜୁଳି ଯୋଗାଣ ଅବ୍ୟବସ୍ଥାକୁ ନେଇ ବିଧାୟକ ମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଯୋଗାଣ ବ୍ୟବସ୍ଥାର ଉନ୍ନତୀକରଣ ପାଇଁ ଗଠିତ ଚାରିଟି ବିଧାନସଭା ସବ୍-କମିଟିର ସଦସ୍ୟମାନେ ସ୍ଥିତିର ଆକଳନ ପାଇଁ ସଂପୃକ୍ତ ଅଞ୍ଚଳକୁ ଗ୍ରସ୍ତକରି ବିଧାନସଭାକୁ ରିପୋର୍ଟ ପ୍ରଦାନ କରିବେ ବୋଲି ବାଚସ୍ପତି ପରାମର୍ଶ ଦେଇଛନ୍ତି।  ଗୃହ କମିଟି ବୈଠକରେ ବିଧାୟକ ଅମର ପ୍ରସାଦ ଶତପଥୀ ବିଜୁଳି ଯୋଗାଣ ବ୍ୟବସ୍ଥାରେ ଉନ୍ନତି ପାଇଁ ଓ ଉପଭୋକ୍ତାଙ୍କ ବିଦ୍ୟୁତ ଦର କମାଇବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ବିଧାୟକ କିଶୋର ମହାନ୍ତି ଗ୍ରାମାଞ୍ଚଳରେ ବିଦ୍ୟୁତ ସଂଯୋଗ ଉନ୍ନତୀକରଣ ଉପରେ ଗୁରୁତ୍ବାରୋପ କରିଥିଲେ। ଅନ୍ୟ ପକ୍ଷରେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବିଦ୍ୟୁତ ବିତରକ ଟାଟା କମ୍ପାନି ବ୍ୟାପକ କର୍ମଚାରୀ ଛଟେଇ କରୁଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ।  ତେବେ ବିଦ୍ଯୁତ୍ ଅବ୍ଯବସ୍ଥାକୁ ନେଇ ଗୃହ କମିଟି ବୈଠକରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଥିଲା।

କାବୁଲ ବିମାନବନ୍ଦରରେ ଗୁଳି ବିନିମୟରେ ପାଖାପାଖି ୪୦ ଜଣଙ୍କର ମୃତ୍ୟୁ ଘଟିଛି : ରିପୋର୍ଟ

Image
(HIMMAT NEWA) ଭୁବନେଶ୍ବର : ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ ଫେରିବା ପରେ ଅନେକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। କିଏ ଭୟଭୀତ ଅବସ୍ଥାରେ ଅଛନ୍ତି ତ ଆଉ କିଏ ଜୀବନ ବଞ୍ଚାଇବା ଲାଗି ଦେଶ ଛାଡ଼ି ଚାଲି ଯାଉଛନ୍ତି। ଆଉ କିଏ ତାଲିବାନଙ୍କ ଗୁଳିମାଡ଼ ଖାଇ ସବୁଦିନ ପାଇଁ ଦୁନିଆକୁ ଅଲ୍‌ବିଦା କହିଛନ୍ତି। ଏହାରି ମଧ୍ୟରେ ସୋମବାରଠାରୁ କାବୁଲ ବିମାନବନ୍ଦରରେ ବିଦେଶୀ ସୈନ୍ୟଙ୍କ ଗୁଳି ବିନିମୟରେ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କମାଣ୍ଡରଙ୍କ ସୂତ୍ରରୁ ଆଫଗାନିସ୍ତାନ ଗଣମାଧ୍ୟମ ରିପୋର୍ଟ କରିଛି ଯେ ବିଦେଶୀ ଯାତ୍ରା ବିଷୟରେ ମିଥ୍ୟା ଗୁଜବ ଦ୍ୱାରା ଲୋକଙ୍କୁ ପ୍ରତାରଣା କରାଯିବା ଉଚିତ ନୁହେଁ ଏବଂ ସେମାନେ ବିମାନବନ୍ଦରକୁ ଆସିବା ଠାରୁ ଦୂରେଇ ରହିବା ଉଚିତ। ଏପଟେ ତାଲିବାନ କହିଛି ଯେ ଆଫଗାନିସ୍ତାନରେ ସ୍ଥାୟୀ ଶାନ୍ତି ଏବଂ ପ୍ରଗତି ଆଣିବା ପାଇଁ ସେମାନେ ପ୍ରୟାସ କରୁଛନ୍ତି।  ତାଲିବାନ କମାଣ୍ଡର ମୋହିବୁଲ୍ଲା ହେକମତ କହିଛନ୍ତି ଯେ ସୋମବାର ବିମାନବନ୍ଦରରେ ୩୦ ରୁ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ସେ ଆଫଗାନିସ୍ତାନ ଲୋକଙ୍କୁ କହିଛନ୍ତି ଯେ ସେମାନେ ବିମାନ ବନ୍ଦରକୁ ନଯାଇ ନିଜ ନିଜ ଘରେ ରୁହନ୍ତୁ , ସେମାନଙ୍କର  କୌଣସି ଅସୁବିଧା ହେବ ନାହିଁ । ସୂଚନାଯୋଗ୍ୟ ଯେ ତାଲିବାନ କ୍ଷମତାକୁ ଆସିବା ପରେ ଆମେରିକା ଏବଂ ଅନ୍ୟ ପାଶ୍ଚାତ୍ୟ ଦେଶମାନେ ସେମାନଙ୍କର ନାଗରିକ ଏବଂ ଆଫଗାନିସ୍ତାନ ସ

ଗରଦପୁର ରେ ଅଗଷ୍ଟ ୧୫ ଉପଲକ୍ଷେ ପତାକା ଉତଳନ ଏବଂ ବୃକ୍ଷ ରୋପଣ ।

Image
ଗରଦପୁର : ଆଜି ଅଗଷ୍ଟ ୧୫ ଉପଲକ୍ଷେ ଗରଦପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ପତାକା ଉତଲନ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବରିଷ୍ଠ ସମାଜ ସେବୀ ତଥା ବିଦ୍ୟା ମନ୍ଦିର ସଭାପତି ଶ୍ରୀଯୁକ୍ତ ଦିଲ୍ଳୀପ ପଣ୍ଡା , ଗରଦପୁର ବ୍ଲକ ଅଦକ୍ଷ ଦିଲ୍ଲୀପ ସେଠି , ଉପସଭାପତି ବିଶ୍ଵାମିତ୍ର ମିଶ୍ର , ସମ୍ପାଦକ ପ୍ରମୋଦ କୁମାର ପଣ୍ଡା , କୋଷାଦକ୍ଷ ରଞ୍ଜିତ କୁମାର ପଣ୍ଡା ,ଶୈଳେନ୍ଦ୍ର ମହାନ୍ତି,ଅଶୋକ ଜେନା , ସନ୍ତୋଷ ମହାଳି ,ଜୟଦେବ ଲେଙ୍କା ଉପସ୍ଥିତ ରହି ପତାକା ଉତଳନ କରିବା ସହିତ ବୃକ୍ଷରୋପଣ କରିଥିଲେ ।

ରାଜ୍ୟରେ ଆଉ ୧୧୩୨ କରୋନା ସଂକ୍ରମିତ ଚିହ୍ନଟ: ୧୦୬୩୨ ମାମଲା ସକ୍ରିୟ

Image
ଭୁବନେଶ୍ୱର :  ରାଜ୍ୟରେ ଆଉ ୧ହଜାର ୧୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ।  ସଂକ୍ରମିତଙ୍କ ମଧ୍ୟରୁ ୬୫୭ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୭୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୧୦ ଜଣ ଓ କଟକରୁ ୧୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୭୦ ଜଣ, ଜଗତସିଂହପୁରରୁ ୪୨ ଜଣ, ମୟୂରଭଞ୍ଜରୁ ୪୦ ଜଣ,ନୟାଗଡ଼ରୁ ୩୧ ଜଣ,ଅନୁଗୁଳରୁ ୨୫ ଜଣ,ସୁନ୍ଦରଗଡ଼ରୁ ୨୩ ଜଣ, ପୁରୀରୁ ୨୨ ଜଣ, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଳାରୁ ୧୫ ଜଣ ଲେଖାଏଁ, ଭଦ୍ରକରୁ ୧୪ ଜଣ,ଢ଼େଙ୍କାନାଳରୁ ୧୧ ଜଣ, ବରଗଡ଼ ଓ ମାଲକାନଗିରି ଜିଲ୍ଲାରୁ ୧୦ ଜଣ ଲେଖାଏଁ ,ଗଜପତିରୁ ୬ ଜଣ, ବଲାଙ୍ଗୀର, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରୁ ୭ ଜଣ ଲେଖାଏଁ, ବୌଦ୍ଧ, ଦେବଗଡ଼ ଓ କନ୍ଧମାଳ ଜିଲ୍ଲାରୁ ୪ ଜଣ ଲେଖାଏଁ, କୋରାପୁଟରୁ ୩ ଜଣ, ଗଞ୍ଜାମରୁ ୨ ଜଣ, ଝାରସୁଗୁଡ଼ାର, ନବରଙ୍ଗପୁର ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍‌ରୁ ୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।