ତୃତୀୟ ଲହର ପୂର୍ବରୁ ଚିନ୍ତା ବଢ଼ାଉଛି ପିଲାଙ୍କ ସଂକ୍ରମଣ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩୦ ଛୁଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର : ଆଗକୁ ତୃତୀୟ ଲହର ନେଇ ବିଶେଷଜ୍ଞ ମାନେ ଚେତାବନୀ ଦେଉଛନ୍ତି। ଆଶଙ୍କା କରାଯାଉଛି ଯେ ତୃତୀୟ ଲହରରେ ପିଲା ମାନେ ଅଧିକ ସଂକ୍ରମିତ ହୋଇପାରନ୍ତି। ଏପରି କ୍ଷେତ୍ରରେ ଓଡ଼ିଶାରେ ପ୍ରତି ଦିନ ୧୦୦ ପାଖାପାଖି ଛୁଆ ପଜିଟିଭ ଚିହ୍ନଟ ହେଉଛନ୍ତି, ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ପୁଣି ୧୩୦ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୧୩୦ ପଜିଟିଭଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ବୟସ୍କ ରହିଛନ୍ତି। ଏପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୮୪୯ କରୋନାର ମାମଲା ସାମ୍ନାକୁ ଆସିଛି। ଏଥି ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୪୯୨ ଏବଂ ଲୋକାଲ କେସ୍ ୩୫୭ଟି ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୪୦୫୯ରେ ପହଞ୍ଚିଛି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ପୁଣି ସବୁଠୁ ଆଗରେ ରହିଛି ଖୋର୍ଦ୍ଧା। କେବଳ ଖୋର୍ଦ୍ଧା ଜିଲ୍ଲାରୁ ୩୧୩ କରୋନା ପଜିଟିଭ ବାହାରିଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ୧୯, ବାଲେଶ୍ଵରରୁ ୪୮ , ବରଗଡ଼ରୁ ୧୫, ଭଦ୍ରକରୁ ୯, ବୌଦ୍ଧରୁ ୧, କଟକରୁ ୧୧୫, ଦେଓଗଡ଼ରୁ ୯, ଢେଙ୍କାନାଳରୁ ୧୪, ଗଜପତିରୁ ୧, ଗଞ୍ଜାମରୁ ୬, ଜଗତସିଂହପୁରରୁ ୪୨, ଯାଜପୁରରୁ ୪୨, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୩, କନ୍ଧମାଳରୁ ୧, କେନ୍ଦ୍ରେପଡ଼ାରୁ ୨୪, କେନ୍ଦୁଝରରୁ ୮, ଖୋର୍ଦ୍ଧାରୁ ୩୧୩, କୋରାପୁଟରୁ ୫, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୨୬, ନୟାଗଡ଼ରୁ ୧୯, ନୂଆପଡ଼ାରୁ ୧, ପୁରୀରୁ ୨୨, ରାୟଗଡ଼ାରୁ ୨, ସମ୍ବଲପୁରରୁ ୨୦, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୧୫, ଷ୍ଟେଟପୁଲରୁ ୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦ ଲକ୍ଷ ୪ ହଜାର ୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୮ ହଜାର ୨୮୮ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯ ଲକ୍ଷ ୮୮ ହଜାର ୯୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୭୭୩୭୯୭୨୧ ସାମ୍ପୁଲ ଟେଷ୍ଟ୍ ହୋଇଛି।

Popular posts from this blog

ପୁରି ବଡ଼ ଦାଣ୍ଡ ଏବଂ ଲୋକନାଥ ମନ୍ଦିର ସେବା ପରିଷର ମଧ୍ୟ ରେ ରହୁଥିବା ସମସ୍ତ ଅସହାୟ ଏବଂ ଦରିଦ୍ର ଶ୍ରେଣୀ ର ଲୋକ ମାନ ଙ୍କୁ ଖାଦ୍ୟ ପଦାର୍ଥ,ପୋଷାକ ଏବଂ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ