ପୁରି ବଡ଼ ଦାଣ୍ଡ ଏବଂ ଲୋକନାଥ ମନ୍ଦିର ସେବା ପରିଷର ମଧ୍ୟ ରେ ରହୁଥିବା ସମସ୍ତ ଅସହାୟ ଏବଂ ଦରିଦ୍ର ଶ୍ରେଣୀ ର ଲୋକ ମାନ ଙ୍କୁ ଖାଦ୍ୟ ପଦାର୍ଥ,ପୋଷାକ ଏବଂ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ

କଟକ(HN): ସ୍ବେଛାସେବୀ ସଂଗଠନ ସେବକ ଫାଉଣ୍ଡେସନ ପକ୍ଷ ରୁ ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ପୁରି ବଡ଼ ଦାଣ୍ଡ ଏବଂ ଲୋକନାଥ ମନ୍ଦିର ସେବା ପରିଷର ମଧ୍ୟ ରେ ରହୁଥିବା ସମସ୍ତ ଅସହାୟ ଏବଂ ଦରିଦ୍ର ଶ୍ରେଣୀ ର ଲୋକ ମାନ ଙ୍କୁ ଖାଦ୍ୟ ପଦାର୍ଥ,ପୋଷାକ ଏବଂ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି । 
କଟକ ବାଙ୍କୀ ବିଧାୟକ ତଥା ବିଜୁ ଛାତ୍ର ଜନତା ଦଳ ର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଙ୍କ ପ୍ରୋତ୍ସାହନ ଏବଂ ସାହାଯ୍ୟ ସହଯୋଗ ଫଳ ରେ ଏସବୁ ସମ୍ଭବ ହୋଇ ପାରିଛି ବୋଲି ସଂଘ ର ସଭାପତି ଶ୍ରୀ ବିକାଶ ସେଠୀ ମତବ୍ୟକ୍ତ ପ୍ରକାଶ କରିଛନ୍ତି । ସଂଘ ର ଉପସଭାପତି ଶ୍ରୀ ଶୋଭନ ମହାନ୍ତି ଙ୍କ ନେତୃତ୍ୱରେ ଏବଂ ସଭାପତି ଶ୍ରୀ  ବିକାଶ ସେଠୀ ଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଏହି ବିରାଟ କାର୍ଯ୍ୟ କ୍ରମ ର ଆୟୋଜନ କରା ଯାଇଥିଲା । ଏଥିରେ ତିନି ସହ ରୁ ଉର୍ଦ୍ଧ ଦରିଦ୍ର ଗରିବୀ ଲୋକ ମାନ ଙ୍କୁ  ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟ କର୍ମ ରେ ସଂଘ ର ସମ୍ପାଦକ ରାକେଶ ବେହେରା , ସାଧାରଣ ସମ୍ପାଦକ ନିଗମାନନ୍ଦ ସାହୁ , ସତ୍ୟ ତରାଇ, ପାର୍ଥ ସାରଥୀ ରାଉତରାୟ,ବିଶ୍ବରଂଜନ,ବଦ୍ରି, ,ସତ୍ୟ ସତ୍ୟ ଶୁକ୍ଳା,ରାଜା ଦାସ,ସିବା,ସିପୁ,ଚିଣ୍ଟୁ,ପୁରନ୍ଦୁ,ଆକାଶ,ଜିତୁ,ତିକୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଭଳି ଜନସଚେ ତନ କାର୍ଯ୍ୟ କର୍ମ ଆଗରୁ ଏହି ସଂଘ ଦ୍ଵାରା ସଂଗ୍ର ଓଡ଼ିଶା ବର୍ଷ ରେ ହୋଇ ଆସୁଛି ଏବଂ ଆଗକୁ ମଧ୍ୟ ଜାରି ରହିବ ବୋଲି ସଭାପତି ମତ ବ୍ୟକ୍ତ କରିଛନ୍ତି ।