କାବୁଲ ବିମାନବନ୍ଦରରେ ଗୁଳି ବିନିମୟରେ ପାଖାପାଖି ୪୦ ଜଣଙ୍କର ମୃତ୍ୟୁ ଘଟିଛି : ରିପୋର୍ଟ

(HIMMAT NEWA) ଭୁବନେଶ୍ବର : ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ ଫେରିବା ପରେ ଅନେକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। କିଏ ଭୟଭୀତ ଅବସ୍ଥାରେ ଅଛନ୍ତି ତ ଆଉ କିଏ ଜୀବନ ବଞ୍ଚାଇବା ଲାଗି ଦେଶ ଛାଡ଼ି ଚାଲି ଯାଉଛନ୍ତି। ଆଉ କିଏ ତାଲିବାନଙ୍କ ଗୁଳିମାଡ଼ ଖାଇ ସବୁଦିନ ପାଇଁ ଦୁନିଆକୁ ଅଲ୍‌ବିଦା କହିଛନ୍ତି। ଏହାରି ମଧ୍ୟରେ ସୋମବାରଠାରୁ କାବୁଲ ବିମାନବନ୍ଦରରେ ବିଦେଶୀ ସୈନ୍ୟଙ୍କ ଗୁଳି ବିନିମୟରେ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କମାଣ୍ଡରଙ୍କ ସୂତ୍ରରୁ ଆଫଗାନିସ୍ତାନ ଗଣମାଧ୍ୟମ ରିପୋର୍ଟ କରିଛି ଯେ ବିଦେଶୀ ଯାତ୍ରା ବିଷୟରେ ମିଥ୍ୟା ଗୁଜବ ଦ୍ୱାରା ଲୋକଙ୍କୁ ପ୍ରତାରଣା କରାଯିବା ଉଚିତ ନୁହେଁ ଏବଂ ସେମାନେ ବିମାନବନ୍ଦରକୁ ଆସିବା ଠାରୁ ଦୂରେଇ ରହିବା ଉଚିତ।

ଏପଟେ ତାଲିବାନ କହିଛି ଯେ ଆଫଗାନିସ୍ତାନରେ ସ୍ଥାୟୀ ଶାନ୍ତି ଏବଂ ପ୍ରଗତି ଆଣିବା ପାଇଁ ସେମାନେ ପ୍ରୟାସ କରୁଛନ୍ତି।  ତାଲିବାନ କମାଣ୍ଡର ମୋହିବୁଲ୍ଲା ହେକମତ କହିଛନ୍ତି ଯେ ସୋମବାର ବିମାନବନ୍ଦରରେ ୩୦ ରୁ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ସେ ଆଫଗାନିସ୍ତାନ ଲୋକଙ୍କୁ କହିଛନ୍ତି ଯେ ସେମାନେ ବିମାନ ବନ୍ଦରକୁ ନଯାଇ ନିଜ ନିଜ ଘରେ ରୁହନ୍ତୁ , ସେମାନଙ୍କର  କୌଣସି ଅସୁବିଧା ହେବ ନାହିଁ ।

ସୂଚନାଯୋଗ୍ୟ ଯେ ତାଲିବାନ କ୍ଷମତାକୁ ଆସିବା ପରେ ଆମେରିକା ଏବଂ ଅନ୍ୟ ପାଶ୍ଚାତ୍ୟ ଦେଶମାନେ ସେମାନଙ୍କର ନାଗରିକ ଏବଂ ଆଫଗାନିସ୍ତାନ ସହଯୋଗୀମାନଙ୍କୁ ଦେଶରୁ ବାହାର କରିବା ପାଇଁ ବିମାନ ଉଡ଼ାଣ ଆରମ୍ଭ କରିଥିଲେ।  ତେବେ ବର୍ତ୍ତମାନ ପାଇଁ ବାଣିଜ୍ୟିକ ବିମାନ ଉଡାଣ ବନ୍ଦ ରହିଛି । ମଙ୍ଗଳବାର ଦିନ ସହରରେ ତାଲିବାନ ଶାସନର ଦ୍ୱିତୀୟ ଦିନରେ କାବୁଲର ଅନ୍ତର୍ଜାତୀୟ ବିମାନବନ୍ଦର ପରିସରରେ ଆଫଗାନିସ୍ତାନ ଲୋକଙ୍କ ଭିଡ଼ ଜମିଥିଲା।

ରିପୋର୍ଟ ଅନୁଯାୟୀ ବିଭିନ୍ନ ବୟସର ବ୍ୟକ୍ତି, ଉଭୟ ମହିଳା ଏବଂ ପୁରୁଷ, ପାସପୋର୍ଟ ବିନା ଦେଶ ଛାଡ଼ି ଚାଲି ଯିବାକୁ ଚେଷ୍ଟା କରୁଛନ୍ତି। କାବୁଲର ଜଣେ ବାସିନ୍ଦା କହିଛନ୍ତି ଯେ ବିନା ଭିସା ଏବଂ ପାସପୋର୍ଟରେ ଅନେକ ଲୋକ ଦେଶ ଛାଡ଼ି ଚାଲିଯାଇଛନ୍ତି, ତେଣୁ ଆଜି ରାତିରେ ଆମେ ଏଠାକୁ ଆସିଛୁ।  ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବେ ଜୀବନ ଜିଇଁବାର ଆଶାରେ ଲୋକମାନେ ବିମାନରେ ଓହଳି  ଯାଉଥିବା ଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।

ଆଫଗାନିସ୍ତାନକୁ ଦଖଲ କରିବା ପରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରି ଅନ୍ତର୍ଜାତୀୟ ସମୂହଠାରୁ ସ୍ୱୀକୃତି ଚାହିଁଛି। ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ଦି କହିଛନ୍ତି, ତାଲିବାନକୁ ସମସ୍ତ ଦେଶ ବିଶ୍ୱାସକୁ ନେବା ଉଚିତ।

Popular posts from this blog

ପୁରି ବଡ଼ ଦାଣ୍ଡ ଏବଂ ଲୋକନାଥ ମନ୍ଦିର ସେବା ପରିଷର ମଧ୍ୟ ରେ ରହୁଥିବା ସମସ୍ତ ଅସହାୟ ଏବଂ ଦରିଦ୍ର ଶ୍ରେଣୀ ର ଲୋକ ମାନ ଙ୍କୁ ଖାଦ୍ୟ ପଦାର୍ଥ,ପୋଷାକ ଏବଂ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ